୪୯ନମ୍ବର ଜାତୀୟ ରାଜପଥ କଡ଼ରେ ୧୭ ଟିକିଆ ହାତୀପଲ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ କଲାଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଉଦ୍ୟାନ ବିଭାଗ ଫାର୍ମରେ ଆଜି ପ୍ରତ୍ୟୁଷରୁ ୧୭ ଟିକିଆ ହାତୀପଲ ପଶି ଆସିଥିବା ଜଣାପଡ଼ିଛି । ହାତୀ ପଲଙ୍କୁ ଦେଖିବା ପାଇଁ ୪୯ ନମ୍ବର ଜାତୀୟ ରାଜପଥରେ ପ୍ରବଳ ଜନ ଗହଳି ହୋଇଥିବାବେଳେ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ଦୃଷ୍ଟି ରଖିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ହାତୀପଲ ରୁଗୁଡ଼ ଗ୍ରାମ ଅତିକ୍ରମ କରୁଥିବାବେଳେ ଆଜି ସକାଳ ହୋଇ ଯାଇଥିବାରୁ ହାତୀପଲ ଫାର୍ମ ନିକଟରେ ଅଟକି ଯାଇଥିବା ଜଣାପଡ଼ିଛି । ସୂଚନା ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଜଣାପଡ଼ିଛି ।