ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମରେ ଅଜି ବଜ୍ରପାତରେ ଜଣଙ୍କର ମୃତ୍ୟ ହୋଇଛି। ସେ ଜଣେ ଓଟ ବୁଲାଳୀ। ଉତ୍ତରପ୍ରଦେଶ ରାଜ୍ୟ ମିର୍ଜାପୁର ଜିଲ୍ଲାର ମହେନ୍ଦ୍ର କୁମାର ଚାନ୍ଦଙ୍କ ପୁଅ ଦୀପ ଚାନ୍ଦ(୨୨)। ସୂଚନା ଅନୁସାରେ ଦୀପ୍ ଗତ ଦୁଇ ସପ୍ତାହ ହେଲା ନିଜର ସହଯୋଗୀ ସହ ରିଆମାଳ ବ୍ଲକ୍ ଅଞ୍ଚଳରେ ରହି ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିଲେ। ଗୁରୁବାର ସକାଳୁ ସେ କୁଣ୍ଢେଇଗୋଳା ଅଞ୍ଚଳରେ ବୁଲୁଥିଲେ।
ଦିନ ୨ଟାରେ ବର୍ଷା ସହ ଘଡଘଡି ହେଉଥିଲା। ସେ ଓଟ ଛାଡି ଚାଲି ଯାଇ ପାରି ନଥିଲା। ବଜ୍ରପାତରେ ଘଟଣାସ୍ଥଳରେ ତାର ମୃତ୍ୟ ହୋଇଥିଲା। ଖବରପାଇ କୁଣ୍ଢେଇଗୋଳା ଥାନା ଅଧିକାରୀ ସରୋଜ କୁମାର ସେଠୀ ସଦଳବଳେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତା ଶବକୁ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଶାସନ ପାଖରେ ସହଯୋଗୀ ମାନେ ଅନୁରୋଧ କରିଛନ୍ତି। ପ୍ରକାଶ ଥାଉକି ଅନେକ ଓଟ ବୁଲାଣି ରିଆମାଳରେ ଏବେ ଭିକ୍ଷା କରୁଛନ୍ତି।