୧ଲକ୍ଷ ୩୦ ହଜାର ଆଦିବାସୀ ଗାଁରେ ବିଜେପି ପାଳିବ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ମାନାଯାଉଛି । ଗୋଟିଏ ପଟେ ବିଜେପି ଓ ତା’ର ସହଯୋଗୀ ଦଳ ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଆଶ୍ୱସ୍ତ ଥିବାବେଳେ ଅନ୍ୟପଟେ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ବିଜୟ ସମ୍ଭାବନା ଖୁବ୍ କମ୍ ରହିଛି । ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ବିଜେପି ଏତେ ମାତ୍ରାରେ ସୁନିଶ୍ଚିତ ଯେ ଉତ୍ସବ ପାଳନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ସୂତ୍ର ମୁତାବକ, ଦେଶର ପାଖାପାଖି ୧ଲକ୍ଷ ୩୦ ହଜାର ଆଦିବାସୀ ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପର୍ବ ପାଳନ କରିବା ଲାଗି ବିଜେପି ଯୋଜନା କରିଛି । ଜୁଲାଇ ୨୧ରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଘୋଷଣା ହେବା ପରେ ବିଜେପି ଉତ୍ସବ ପାଳନ କରିବା ଆରମ୍ଭ କରିଦେବ । ସେଥିପାଇଁ ବିଜେପି ତରଫରୁ ସମଗ୍ର ଦେଶର୧୫ ହଜାର ମଣ୍ଡଳରେ ଉତ୍ସବ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ କେବଳ ଦ୍ରୌପଦୀ ମୁର୍ମୁଙ୍କ ପୋଷ୍ଟର ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।