ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ଷେ

ଶ୍ରୀଲଙ୍କା,ଏଜେନ୍ସି: ଆର୍ଥିକ ସଙ୍କଟ, ବିଦ୍ରୋହ ଏବଂ ପ୍ରଦର୍ଶନକୁ ସାମ୍ନା କରୁଥିବା ଶ୍ରୀଲଙ୍କାରେ ଅଶାନ୍ତିର ଲାଗିରହିଛି। ଏହି ମଧ୍ୟରେ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ସେ ନିଜେ ଜୁଲାଇ ୧୩ରେ ଇସ୍ତଫା ଦେବା କଥା କହିଥିଲେ। ତେବେ ସେ ଆଜି ଇସ୍ତଫା ଘୋଷଣା କରିଛନ୍ତି।

ଇସ୍ତଫା ପରେ ସେ ସିଙ୍ଗାପୁରରେ ପହଞ୍ଚିଥିବା ଜଣାଯାଇଛି। ବର୍ତ୍ତମାନ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ବିଦ୍ରୋହ ପ୍ରଦର୍ଶନକୁ ମୁକାବିଲା କରିବା ପାଇଁ ଏଠାରେ ସେନା ଏବଂ ପୁଲିସକୁ ସମ୍ପୂର୍ଣ୍ଣ ଶକ୍ତି ଦିଆଯାଇଛି।

ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବି କରି ଆସୁଥିବା ବେଳେ ୱିକେରେମିସିଂହଙ୍କୁ ପୁନର୍ବାର କ୍ଷମତାରେ ଦେଖିବାକୁ ଚାହୁଁନାହାଁନ୍ତି।