ବଜ୍ରପାତରେ ୨ ବଳଦ ମୃତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ତାଳବାହାଲ ପଞ୍ଚାୟତ ସାଲେଦମକ ଗାଁରେ ବ୍ରଜପାତ ଯୋଗୁ ୨ ବଳଦଙ୍କ ମୃତ୍ୟୁ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଗୋବିନ୍ଦ ମେର୍ଲିଙ୍କ ୨ ବଳଦ ବିଲରୁ ଘରକୁ ଫେରୁଥିବା ବେଳେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମଧ୍ୟ ହୋଇଥିଲା । ଫଳରେ ୨ ବଳଦଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।