ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା

ମହାରାଷ୍ଟ୍ର: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତିି । ଉଦ୍ଧବ କହିଛନ୍ତି ଯେ, ଗତକାଲି ସାଂସଦଙ୍କ ବୈଠକରେ କେହି ମୋ ଉପରେ କୌଣସି ଚାପ ପକାଇନଥିବା ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ପ୍ରଥମଥର ଜଣେ ଆଦିବାସୀ ରାଷ୍ଟ୍ରପତି ହେବାକୁ ନେଇ ଆମର ଅନେକ ଆଦିବାସୀ ନେତା ମୋତେ ଅନୁରୋଧ କରିଥିଲେ । ସେଥିପାଇଁ ଶିବସେନା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଘୋଷଣା କରିଛି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ, ଏପରି ବିଷୟକୁ ନେଇ ଶିବସେନା କେବେ ବି ରାଜନୀତି କରିନାହିଁ । ଏମିତିରେ ତ ଆମକୁ ବିରୋଧ କରିବାର ଥିଲା କିନ୍ତୁ ମୋ ମନ ଏତେ ଛୋଟ ନୁହେଁ ।