ନୂଆଦିଲ୍ଲୀ: ଭାରତର ୯୪ ବର୍ଷୀୟ ଭଗବାନୀ ଦେବୀ ଡାଗର ଇତିହାସ ରଚିଛନ୍ତି । ଭଗବାନୀ ଦେବୀ ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ ଚାମ୍ପିୟାନସିପରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି କାଂସ୍ୟ ପଦକ ଜିତିଛନ୍ତି । ୯୪ ବର୍ଷ ବୟସରେ ଏହି ସଫଳତା ହାସଲ କରି ସେ ସଭିଙ୍କ ପାଇଁ ପ୍ରେରଣା ସ୍ତ୍ରୋତ ପାଲଟିଛନ୍ତି ।
ସୂଚନାଯୋଗ୍ୟ, ହରିୟାଣାର ଭଗବାନୀ ଦେବୀ ଡାଗର ୧୦୦ ମିଟର ଦୌଡ଼ରେ ୨୪.୭୪ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଆଉ ସଟଫୁଟରେ କାଂସ୍ୟ ପଦକ ଜିତିଛନ୍ତି । ଏହି ବିଜୟ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଭଗବାନୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛି ।