ରାଷ୍ଟ୍ରପତି ନିର୍ବାଚନକୁ ନେଇ ସଙ୍କଟରେ ଶିବସେନା

ମହାରାଷ୍ଟ୍ର: ମହାରାଷ୍ଟ୍ରର ଶାସନ ଡୋରି ଶିବସେନା ହାତରୁ ଯିବା ପରେ ଏବେ ଆଉ ଏକ ସଙ୍କଟ ମୁଣ୍ଡ ଟେକିଛି । ପାର୍ଟିର ୧୮ଜଣ ଲୋକସଭା ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଚାହୁଁଛନ୍ତି । ଆଉ ସାଂସଦଙ୍କ ଏହି ନିଷ୍ପତ୍ତି ଦ୍ୱାରା ଶିବସେନାର ସମସ୍ୟା ବଢ଼ିପାରେ । ଏହି ସାମୂହିକ ନିଷ୍ପତ୍ତି ସମ୍ପର୍କରେ ଉଦ୍ଧବ ଠାକରେ ଅବଗତ ଅଛନ୍ତି ବୋଲି ଶିବସେନା ସାଂସଦ ଗଜାନନ କୀର୍ତ୍ତିକର କହିଛନ୍ତି ।

ସୂଚନାଯୋଗ୍ୟ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଆଜି ପାର୍ଟି ସାଂସଦଙ୍କ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ରାଷ୍ଟ୍ରପତି ନିର୍ବାଚନ ମୁଖ୍ୟ ପ୍ରସଙ୍ଗ ଥିଲା । ଏଥିରେ ସାଂସଦ ସଞ୍ଜୟ ରାୱତଙ୍କର ଅନ୍ୟ ସାଂସଦଙ୍କ ସହ ଯୁକ୍ତିତର୍କ ହୋଇଥିଲା ।