ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନରେ ଆଜି ଜିଲ୍ଲାସ୍ତରୀୟ କଳାକାର ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ଲୋକ ସମ୍ପର୍କ ତଥା ସଂସ୍କୃତି ବିଭାଗ ଅଧିକାରୀ ମନୋରଞ୍ଜନ ସୁତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡା. ଭାରତ ଭୂଷଣ ନନ୍ଦ, ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଆଇନଜୀବୀ ଦିଲ୍ଲୀପ କୁମାର ଗୁରୁ ଓ ବରିଷ୍ଠ ନାଟ୍ୟକାର ମାର୍କଣ୍ଡେସ୍ୱର ଶତପଥୀ ପ୍ରମୁଖ ମଞ୍ଚାସିନ ରହି ଶ୍ରୀ ଜଗନ୍ନାଥଙ୍କ ଫୋଟଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କଳାକାର ସାମର୍ଥ୍ୟ ପରୀକ୍ଷାରେ ଲୋକନୃତ୍ୟ, ଡ୍ରାମା, ବାଦ୍ୟ ଓ ସଂଗୀତରେ ନିପୁଣ କଳାକାରଙ୍କୁ ଚୟନ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସାମର୍ଥ୍ୟ ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ କଳାକାର ଏହି ସାମର୍ଥ୍ୟ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।