ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା, ୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍‌, ଏସଡିଆରଏଫ୍ ଓ ଅନ୍ୟ ସହଯୋଗୀ ଏଜେନ୍ସିଙ୍କୁ ସକ୍ରିୟ କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସଂଧ୍ୟା ୫ଟା ୩୦ରେ ବାଦଲ ଫାଟିଥିବା ନେଇ ସୂଚନା ମିଳିଛି ।

ଆଇଜି କଶ୍ମୀର କହିଛନ୍ତି ଯେ, ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା ଯୋଗୁ କିଛି ଲଙ୍ଗର ଓ ତମ୍ବୁ ହଠାତ୍ ପ୍ରଭାବିତ ହୋଇଥିଲା । ଆହତକଙ୍କୁ ଚିକିତ୍ସା ଲାଗି ଏୟାରଲିଫ୍ଟ କରାଯାଇଛି । ସ୍ଥିତି ନିୟନ୍ତ୍ରଣରେ ରହିଛି ।