ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଲି ଗାଁରେ କେନ୍ଦ୍ରୀୟ ଦଳ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରଛନ୍ତି । କେନ୍ଦ୍ରୀୟ ଟିମ ଚନ୍ଦ୍ର ଶେଖର କୁମାରଙ୍କ ନେତୃତ୍ୱରେ ତୁଷ୍ଟାପାଲି ଗାଁରେ ପହଞ୍ଚି କଦଳୀ ଚାଷରେ ସଫଳତା ହାସଲ କରିଥିବା ଟିକେଶ୍ୱର ପୁଝାରୀଙ୍କ ସହ ଆଲୋଚନା କରିଥିଲେ । କଦଳୀ ଚାଷୀ ଶ୍ରୀଯୁକ୍ତ ପୁଝାରୀ ୯୩୭ ଚାରା ଆଣି ୪୦ ହଜାର ଖର୍ଚ୍ଚ କରି ୨ଲକ୍ଷ ୮୦ ହଜାର ଟଙ୍କା ଲାଭବାନ ହୋଇଥିବା ଜଣାପଡ଼ିଛି । ତେବେ ବିଭିନ୍ନ ପ୍ରକାରର ଚାଷ କରି ଚାଷୀମାନେ ଉପକୃତ ହେଉଥିବାବେଳେ ଚାଷୀ ପାଣି ସମସ୍ୟାର ସମ୍ମୁଖୀନ ହେଉଥିବାରୁ ତା’ର ସମାଧାନ କରିବା ପାଇଁ କହିଥିଲେ । ଅନ୍ୟପଟେ ଗୁରମୁନି ଗାଁରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ରର ଦେଖା ଦେଉଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କଠାରେ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏହି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ସଇଁନ୍ତଲା ବିଡିଓ ଚନ୍ଦ୍ରମଣି ନାଗ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ହିମାଞ୍ଚଳ ବୁଡ଼େକ ଓ କରମତଲା ସରପଞ୍ଚ ତିଲୋତମା ବାଗଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।