ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ବୁଟିଆଡ଼ିହ ଗ୍ରାମ ନିକଟସ୍ଥ କଳାଜିରା କଟା ନାଳରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବଳମ ଗ୍ରାମର ବିଷ୍ଣୁ କିସାନ । ମିଳିଥିବା ରିପୋର୍ଟ ମୁତାବକ, ବିଷ୍ଣୁ ଗତକାଲିଠାରୁ ଘରୁ ବାହାରି ନିଖୋଜ ଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ନାଳ ପାଣିରେ ବିଷ୍ଣୁଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକଙ୍କ ସୂଚନା ଆଧାରରେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ବିଭାଗ ସହାୟତାରେ ନାଳରୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।