ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକଇଥିବା ବୈଠକରେ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଶରଦ ପାୱାର ଏବେ ରାଜନୀତିରେ ସକ୍ରିୟ ରହିବାକୁ ଇଚ୍ଛା ପ୍ରକାଣ କରିଥିବା ଜଣାପଡ଼ିଛି । ଏହାପୂର୍ବରୁ ମଧ୍ୟ ୮୧ ବର୍ଷୀୟ ପାୱାର ନିଜ ଦଳର ନେତାଙ୍କ ସହ ବୈଠକ କରି ରାଷ୍ଟ୍ରପତି ପ୍ରାର୍ଥୀ ହେବାର ଅଟକଳ ଉପରେ ବିରାମ ଲଗାଇଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୨୨ ରାଜନୈତିକ ଦଳର ବୈଠକ ଡକାଇଥିଲେ । କିନ୍ତୁ ୧୬ଜଣ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ।