ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଗଣପର୍ବ ରଜର ଉଲ୍ଲାସ ଦେଖିବାକୁ ମିଳିଛି । ଆଜି ରଜ ପାଳନ ପାଇଁ ବିଶେଷ କରି ଝିଅ ଓ ମହିଳାମାନେ ସକାଳୁ ନୂଆ ଡ୍ରେସ, ଶାଢ଼ୀ ପିନ୍ଧି ସଜବାଜ ହେବାସହ ପାରମ୍ପରିକ ପିଠାପଣା ଓ ପାନ ଆଦି ତିଆରି କରିଥିଲେ । ଏଥିସହ ରଜ ପଡ଼ିଆରେ ଟେଣ୍ଟ ଓ ସାଉଣ୍ଡ ଆଦି ମାଧ୍ୟମରେ ସାଜସଜ୍ଜା କରି ଆକର୍ଷଣୀୟ ରଜ ଦୋଳି ତିଆରି କରାଯାଇଛି । କୁନି କୁନି ଛୁଆଙ୍କ ସହ ଝିଅ ଓ ମହିଳାମାନେ ରଜ ଗୀତ ଗାଇ ଦୋଳି ଝୁଲିବା ସହ ବିଭିନ୍ନ ଖେଳରେ ମାତିଥିବା ଦେଖିବାକୁ ମିଳିଛି । ସିନାପାଲି ଜଗନ୍ନାଥ ଛକ ଅଞ୍ଚଳ ସହ ବିଭିନ୍ନ ସ୍ଥାନରେ ରଜ ପର୍ବର ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଏହା ଆଜି ଓ କାଲି ୨ଦିନ ପାଳନ କରାଯିବ ବୋଲି ଜଣାପଡ଼ିଛି ।