ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼-ବଲାଙ୍ଗିର ରାସ୍ତାର ରାମପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ଆହତ ଜଣକ ହେଲେ ଉଲବା ଗ୍ରାମର ନକୁଳ ପଟେଲ(୫୦) । ମିଳିଥିବା ରିପୋର୍ଟ ମୁତାବକ, ନକୁଳ ନିଜସ୍ୱ ଘରୋଇ କାମ ସାରି ସହରଠାରୁ ପ୍ରାୟ ୩କିମି ଦୂରରେ ଥିବା ଉଲବାସ୍ଥିତ ନିଜ ଘରକୁ ଏକ ଗ୍ଲାମର ବାଇକରେ ଫେରୁଥିଲେ । ଏହି ସମୟରେ ସହରର ରାମପୁର ନିକଟସ୍ଥ ମାମୁଲି କୁକୁଡ଼ା ଫାର୍ମ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ନକୁଳ ରାସ୍ତାକଡ଼କୁ ଛିଟିକି ପଡ଼ିବା ସହ ସଂଜ୍ଞାହୀନ ହୋଇ ପଡ଼ିଥିଲେ । କିଛି ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନକୁଳଙ୍କୁ ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ । ତେବେ ଡାକ୍ତରଖାନ ସୂତ୍ରରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।