ହାଇଦ୍ରାବାଦ: ହାଇଦ୍ରାବାଦରେ ନାବାଳିକା ସହ କାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୫ଜଣ ନାବାଳକ ରହିଛନ୍ତି । ଉକ୍ତ ଗଣଦୁଷ୍କର୍ମରେ ରାଜନୈତିକ ଲିଙ୍କ ରହିଥିବା ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ରହିଥିବା ମଧ୍ୟ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ହାଇଦ୍ରାବାଦର ଜୁବୁଲିହିଲ୍ସ ଅଞ୍ଚଳରେ ଜଣେ ନାବାଳିକାକୁ ମର୍ସଡୀଜ କାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୁଲିସ କାଲି ୨ଜଣଙ୍କୁ ଗିରଫ କରିଥିଲା । ଆଜି ଆଉ ବାକି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଗଣଦୁଷ୍କର୍ମ ମାମଲାରେ ଏବେ ବିଜେପି ରାଜ୍ୟ ସରକାରକୁ ଆକ୍ରମଣ କରାଯାଇଛି । ରାଜନୈତିକ ଚାପ ଯୋଗୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିରୋଧୀ ଆରୋପ ଲଗାଉଛି ।