କାଲି ଶପଥ ନେବେ ନବୀନଙ୍କ ନୂଆ ମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଦିନ ପ୍ରାୟ ୧୧ଟା ୪୫ ମିନିଟରେ ରାଜଭବନ କନଭେନସନ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ନୂଆ ମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଜୋରଦାର ରହିଛି । ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଖାସ୍ କଥାଟି ହେଲା, ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ପ୍ରଥମଥର ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ।