ରାୟଗଡା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ୧୫ ଦିନ ଧରି ଆୟୋଜିତ ହେବାକୁ ଯାଉଛି ସେବା, ଶୁଶାସନ ଓ ଗରିବ କଲ୍ୟାଣ ପର୍ବ। ଏହି ପର୍ବ ବିଷୟରେ ଲୋକଙ୍କୁ ବାର୍ତ୍ତା ପଠେଇବା ସହ ସଚେତନ କରାଇବାକୁ ରାୟଗଡା ଜିଲ୍ଲା ବିଜେପି ତରଫରୁ ସ୍ଥାନୀୟ ତେଜସ୍ୱି ହୋଟେଲ ପରିସରରେ ଆୟୋଜିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ। ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼. ରାମଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳୀରମ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲାକା, ରାୟଗଡା ବିଧାୟକ ପ୍ରର୍ଥୀ ବସନ୍ତ ଉଲ୍ଲାକା ପ୍ରମୁଖ ଯୋଗ ଦେଇ ମୋଦୀ ସରକାରଙ୍କ ୮ ବର୍ଷ ଶାସନ ଭିତରେ ଉଲ୍ଲେଖନୀୟ ପଦକ୍ଷେପ ଓ ଜନକଲ୍ୟାଣ ଯୋଜନା ବିଷୟରେ କହିବା ସହ ସେବା, ଶୁଶାସନ ଓ ଗରିବ କଲ୍ୟାଣ ପର୍ବ ଅବସରରେ ଗାଁ ଗାଁରେ ପହଞ୍ଚାଇବାକୁ କହିଛନ୍ତି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ।
ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ୮ ବର୍ଷ ଶାସନର ଉପଲବ୍ଧି ବିଷୟରେ ବଖାଣିଛି। ସ୍ଥାନୀୟ ତେଜସ୍ୱୀ ହୋଟେଲ ସଭା କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପ୍ରଣିତ ବିଭିନ୍ନ ଯୋଜନାର ସଫଳ ରୂପାୟ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଅନୁରୂପ ଆଗାମୀ ଦିନରେ ଉକ୍ତ ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନତା ପାଇଁ ଦଳ ଉଦ୍ୟମ କରିବ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାର କପି ପେଷ୍ଟ କରୁଥିବା ଅଭିଯୋଗ କରିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବିଜେଡି ସରକାର କେବଳ ଏହି ଯୋଜନାର ନାଁ ପରିବର୍ତ୍ତନ କରି ରାଜ୍ୟରେ ଲାଗୁ କରିଛି। କରୋନା କାଳରେ ଗରିବ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାଗଣାରେ ଚାଉଳ ପ୍ରଦାନ କରିବା, ଶ୍ରମିକଙ୍କୁ ମାଗଣା ଭତ୍ତା ପ୍ରଦାନ, ପିଏମ କିଷାନ ଜରିଆରେ ୨୧ ହଜାର ଚାଷୀଙ୍କୁ ସହାୟତା, ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍ ବିତରଣ, ଆୟୁସ୍ମାନ ଯୋଜନା ଆଦି କାର୍ଯ୍ୟକାରୀ କରିଥିବାବେଳେ ରାଜ୍ୟ ସରକାର ଏହି ଯୋଜନାର ନାମ ପରିବର୍ତ୍ତନ କରି ନିଜ ଲୋକପ୍ରିୟତା ପାଇଁ ବ୍ୟବହାର କରୁଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାଜ୍ୟ ସମ୍ପାଦକ କାଳୀରାମ ମାଝୀ, ଶିବ ଉଲାକାଙ୍କ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ।