ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଇପିଏଫଓ ୮.୧ ପ୍ରତିଶତ ସୁଧହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇପିଏଫଓ କାର୍ଯ୍ୟାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ପୂର୍ବରୁ ଏହା ୮.୫ ପ୍ରତିଶତ ଥିଲା । ୧୯୭୭-୭୮ ବର୍ଷ ପରେ ଏହି ସୁଧହାର ସବୁଠୁ କମ୍ । ଇପିଏଫଓର ପ୍ରାୟ ୬ କୋଟି ସବସ୍କ୍ରାଇବର ରହିଛନ୍ତି ।