ଅକାଳ ତକଥର ଜଠେଦାର ଜ୍ଞାନୀ ହରପ୍ରୀତ ସିଂହଙ୍କୁ ମିଳିଲା Z ସୁରକ୍ଷା

ପଞ୍ଜାବ: ପଞ୍ଜାବର ସ୍ଥିତିକୁ ଦୃଷ୍ଟିରେ ରଖି ଅକାଳ ତକଥର ଜଠେଦାର ଜ୍ଞାନୀ ହରପ୍ରୀତ ସିଂହଙ୍କୁ କେନ୍ଦ୍ର ସରକାର Z କେଟେଗରୀର ସୁରକ୍ଷା ପ୍ରଦାନ କରିଛନ୍ତି । ହରପ୍ରୀତ ସିଂହଙ୍କୁ ସିଆରପିଏଫ୍ ଦ୍ୱାରା ଏହି ସୁରକ୍ଷା ପ୍ରଦାନ କରାଯିବ । ଏନେଇ ଆଦେଶ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଜ୍ଞାନୀ ହରପ୍ରୀତ ସିଂହଙ୍କ ସୁରକ୍ଷାକୁ ନେଇ ପଞ୍ଜାବର ଭଗବନ୍ତ ମାନ ସରକାର ବଡ଼ ପରିବର୍ତ୍ତନ କରିଥିଲେ । ହରପ୍ରୀତଙ୍କ ସୁରକ୍ଷାରେ ୬ଜଣ ପୁଲିସକର୍ମୀ ନିୟୋଜିତ କରାଯାଇଥିଲା ପରେ ଏହାକୁ କମାଇ ୩ କରି ଦିଆଯାଇଥିଲା । ଏହି ୩ ପୁଲିସକର୍ମୀଙ୍କୁ ବି ସେ ରାଜ୍ୟ ସରକାରଙ୍କୁ ଫେରାଇ ଦେବେ ବୋଲି ହରପ୍ରୀତ କହିଥିଲେ। କାହିଁକାନା ତାଙ୍କ ସୁରକ୍ଷା ପାଇଁ ପଞ୍ଜାବର ଯୁବା ହିଁ ସବୁକିଛି ବୋଲି ହରପ୍ରୀତ ସୂଚନା ଦେଇଥିଲେ ।