ଚଣ୍ଡୀଗଢ଼: ସୁପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେବାଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି । ସିଦ୍ଧୁଙ୍କର ସବୁଠୁ ପ୍ରିୟ ଟ୍ରାକ୍ଟରରେ ତାଙ୍କ ପ୍ରାର୍ଥୀବ ଶରୀରକୁ ନିଆଯାଉଛି । ତାଙ୍କ ପ୍ରାର୍ଥୀବ ଶରୀର ପାଖରେ ଉଭୟ ପିତା-ମାତା ଅଛନ୍ତି । ଏହି ସମୟରେ ସିଦ୍ଧୁଙ୍କ ପିତା ଭାବବିହ୍ୱଳ ହେବାସହ ପଗଡ଼ୀ ମଧ୍ୟ ଓହ୍ଲାଇ ଦେଇଥିଲେ । ସିଦ୍ଧୁଙ୍କ ଅନ୍ତିମ ସଂସ୍କାର ତାଙ୍କ ଜନ୍ମମାଟିରେ ହେବ । ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ସଡ଼କର ଉଭୟ ପଟରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଅନ୍ତିମ ସଂସ୍କାର ପୂର୍ବରୁ ସିଦ୍ଧୁଙ୍କୁ ଲାଲ ପଗଡ଼ୀ ପିନ୍ଧାଯାଇଥିବା ଜଣାପଡ଼ିଛି ।