ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜୁନ୍ ମାସରେ ସ୍ୱାଭାବିକଠାରୁ ଅଧିକ ଭଲ ବର୍ଷା ହେବ । ମୋଟ ଉପରେ କିଛି ସ୍ଥାନରେ ଅଧିକ ଓ କିଛି ସ୍ଥାନରେ କମ୍ ବର୍ଷିବ । କେନ୍ଦ୍ର ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ କମ୍ ବର୍ଷା ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏବେ ମୌସୁମୀ ସମ୍ପୂର୍ଣ୍ଣ ଭାବେ କେରଳ ଛୁଇଁ ସାରିଥିବା ବେଳେ ଏବେ କର୍ଣ୍ଣାଟକ, ଆସାମ ଓ ମେଘାଳୟ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ରୁ ୧୫ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ହୋଇପାରେ ବୋଲି ଡିଜି କହିଛନ୍ତି ।