ବିଶ୍ୱର ୨୦ଟି ଦେଶକୁ ବ୍ୟାପିଲା ମଙ୍କିପକ୍ସ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରହିଥିବାବେଳେ ମଙ୍କିପକ୍ସ ମଧ୍ୟ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଡବ୍ଲ୍ୟୁଏଚଓ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହା ୨୦ଟି ଦେଶର ୨୦୦ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଇତିମଧ୍ୟରେ ଆଶ୍ୱସ୍ତିକର ଖବରଟି ହେଲା, ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇ ନାହିଁ । ଏଥିପାଇଁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରାଯାଉଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଯେଉଁ ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଛି ସେଠାରେ ଏହା ତା’ ରୂପ ବଦଳାଇ ନାହିଁ । ମଙ୍କିପପ୍ସ ଦାଉରୁ ସୁରକ୍ଷିତ ରହିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଡବ୍ଲ୍ୟୁଏଚଓ ଚେତାବନୀ ଦେଇଛି ।