କୁଆଁପାଳ,ଏନ୍ଏନ୍ଏସ୍: ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନ ମାହାଙ୍ଗା ଅଞ୍ଚଳରେ ଦରିଦ୍ର ଓ ଅସହାୟମାନଙ୍କ ପାଇଁ ବିଭିନ୍ନ ସମୟରେ ସହଯୋଗର ହାତ ବଢାଇଥାଏ। ମାହାଙ୍ଗା ବ୍ଲକ୍ କୁରୁଜଙ୍ଗା ଗ୍ରାମ ପଞ୍ଚାୟତ ସବଳକଣା(ପଟଣା) ଗ୍ରାମର ଭିକ୍ଷାବୃତ୍ତି କରି ଚଳୁଥିବା ଅରକ୍ଷିତ ଦାସ ଯେ କି ଜଣେ ଗରିବ ଅସହାୟ ବ୍ୟକ୍ତି ଗତ ଶନିବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କର ବିଦ୍ୟାଙ୍ଗ ପତ୍ନୀ ଓ ଦୁଇ ପୁଅ ଅସହାୟ ହୋଇପଡିଥିଲେ। ଏପରିକି ସ୍ୱର୍ଗତ ଦାସଙ୍କର ଶୁଦ୍ଧିକ୍ରିୟା କିପରି ହେବ ଏବଂ ପିଲାମାନଙ୍କର ଭବିଷ୍ୟତକୁ ନେଇ ତାଙ୍କ ପତ୍ନୀ ଚିନ୍ତାରେ ପଡିଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଥିଲେ।
ଏହା ଜାଣିବା ପରେ ଆମ ମାହାଙ୍ଗାର ଅଧ୍ୟକ୍ଷ ଡ. ଅମରେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆମ ମାହାଙ୍ଗାର ସଦସ୍ୟା ମୁନାମଞ୍ଜରୀ ପ୍ରଧାନ ସ୍ୱର୍ଗତ ଅରକ୍ଷିତ ଦାସଙ୍କ ପରିବାରକୁ ଭେଟ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡ. ମହାନ୍ତି ଆଭାସୀ ମାଧ୍ୟମରେ ସ୍ୱର୍ଗତ ଦାସଙ୍କର ସ୍ତ୍ରୀ ଓ ପୁତ୍ରଙ୍କ ସହ ଆଲୋଚନା କରିଥିଲେ। ଆମ ମାହାଙ୍ଗାର ଏଭଳି ସମାଜସେବା ମୂଳକ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।