ବ୍ରଜରାଜନଗର,ଏନ୍ଏନ୍ଏସ୍: ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏନେଇ ନିର୍ବାଚନମଣ୍ଡଳୀରେ ୨୭୯ ବୁଥ୍ରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ୨୭୯ ବୁଥ୍ ମଧ୍ୟରୁ ୬୦ଟି ବୁଥ୍ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇ ଥିଲାବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୫ଟି ପିଙ୍କ୍ ବୁଥ୍ ଓ ୩୦ଟି ଆଦର୍ଶ ବୁଥ୍ କରାଯାଇଛି। ତେଣୁ ବ୍ରଜରାଜନଗରବାସୀ ନିଜର ମତ ଅଧିକାର ସାବ୍ୟସ୍ତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ପୋଲିଂ ବୁଥରେ ପହଞ୍ଚି କର୍ମଚାରୀ ମାନେ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ପ୍ରସ୍ତୁତ କରିବା ସହ ନିଜ ନିଜ ବୁଥରେ କିପରି ଭୋଟର ସେମାନଙ୍କ ମତକୁ ସୁରୁଖୁରୁରେ ଦେବେ ସେଥିପାଇଁ ସଜାଗ ଥିବା କହିଛନ୍ତି ପୋଲିଂ କର୍ମଚାରୀ।
ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନମଣ୍ଡଳୀରେ ତ୍ରିକୋଣୀୟ ଲଢେଇର କାଲି ଅନ୍ତ ଘଟିବ। ଭୋଟର ଗଣନା ଜୁନ୍ ୩ ରେ ହେବ ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା ଜୁନ୍ ୫ ସୁଦ୍ଧା ଶେଷ ହେବ। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦, ୨୦୨୧ ରେ ହୃଦ୍ଘାତ ହେତୁ ବ୍ରଜରାଜନଗରରୁ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି।