କୃଷକ ନେତା ରାକେଶ ଟିକେୟତଙ୍କ ଉପରକୁ କାଳି ଫିଙ୍ଗିଲେ ଅଜଣା ଯୁବକ

ନୂଆଦିଲ୍ଲୀ: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକେୟତଙ୍କ ଉପରକୁ କାଳି ଫିଙ୍ଗାଯାଇଛି । ବାଙ୍ଗାଲୁରୁର ଗାନ୍ଧୀ ଭବନରେ ଟିକେୟତ ଏକ ପ୍ରେସ କନଫ୍ରେନ୍ସ କରୁଥିବା ସମୟରେ ଏହି ଘଟଣା ଘଟିଛି । କାଳି ଫିଙ୍ଗିଥିବା ଲୋକକୁ ପୁଲିସ କାବୁ କରିଛି । ହଠାତ୍ ଘଟିଥିବା ଏହି ଘଟଣାରେ ଟିକେୟତଙ୍କ ମୁହଁ, ପୋଷାକ ଓ ପଗଡ଼ୀରେ କାଳି ପଡ଼ିଥିଲା । ଅଭିଯୁକ୍ତ ଜଣକ ଏହି ସମୟରେ ଧକ୍କା ମାରିବା ସହ ଚେୟାର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏକ ସ୍ଥାନୀୟ ଚ୍ୟାନେଲର ଷ୍ଟିଙ୍ଗ ଅପରେସନର ଭିଡିଓ ସମ୍ବନ୍ଧରେ ସଫେଇ ଦେବା ପାଇଁ ରାକେଶ ଟିକେୟତ ପ୍ରେସ କଫ୍ରେନ୍ସ କରିଥିଲେ ।