ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ୧୮୦ଜଣ ଆଇଏଏସ୍, ୨୦୦ଜଣ ଆଇପିଏସ୍ ଓ ୩୭ଜଣ ଆଇଏଫଏସ୍ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ମୃତି ଶର୍ମା ଟପ୍ପର ହୋଇଥିବାବେଳେ ପ୍ରଥମ ୪ଟି ସ୍ଥାନରେ ଝିଅ ରହିଥିବା ଜଣାପଡ଼ିଛି ।
ଚଳିତବର୍ଷ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ତାଲିକାରେ ମୋଟ ୧୬ ଜଣ ଓଡ଼ିଆ ସାମିଲ ହୋଇଥିବା ବେଳେ ଟପ୍ ୧୦୦ରେ ୪ ଜଣ ରହିଛନ୍ତି। ସୂଚନା ଅନୁସାରେ ୫୨ ତମ ସ୍ଥାନରେ ଅଛନ୍ତି ଅଙ୍କୁର ଦାସ। ସେହିପରି ୬୩ ନମ୍ବର ସ୍ଥାନରେ କାର୍ତ୍ତିକ ପାଣିଗ୍ରାହୀ, ୮୬ ନମ୍ବରରେ ଗୌରବ ଅଗ୍ରୱାଲ, ୯୯ ନମ୍ବରରେ ତରୁଣ ପଟ୍ଟନାୟକ ମାଦଳା। ସେହିପରି ୧୧୬ ନମ୍ବର ପୋଜିସନରେ ସମ୍ଭାବୀ ମିଶ୍ର, ୧୯୯ ନମ୍ବର ରାଙ୍କରେ ପୂଜା ସାହୁ ଅଛନ୍ତି। ୨୦୫ ନମ୍ବରରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୨୮ ନମ୍ବରରେ ମୟଙ୍କ ମିଶ୍ର, ୨୩୨ ନମ୍ବରରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୫୫ ନମ୍ବରରେ ସିଦ୍ଧାର୍ଥ କୁମାର ମିଶ୍ର, ୨୬୯ ନମ୍ବରରେ ଅନୂପ ଗର୍ଗ, ୨୭୩ରେ ସମୀର କୁମାର ଜେନା, ୩୦୬ରେ ସୌମ୍ୟ ରଞ୍ଜନ ପ୍ରଧାନ, ୩୭୬ରେ ହର୍ଷିତ ମେହର, ୫୧୩ରେ ମାନସ ରଞ୍ଜନ ସାହୁ ଏବଂ ୬୧୪ ନମ୍ବରରେ ଅଛନ୍ତି ନୟନ ରଞ୍ଜନ ଦାସ।