ଲଦାଖରେ ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖରେ ସେନା ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଏଥିରେ ୭ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ଶୋକ ବ୍ୟକ୍ତ କରି କହିଛନ୍ତି କି, ଲଦାଖର ଏହି ବସ୍ ଦୁର୍ଘଟଣାରେ ଦେଶ ୭ ଜଣ ବୀର ଯବାନଙ୍କୁ ହରାଇଛି, ଏନେଇ ମୁ ସେହି ବୀର ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯବାନ ମାନେ ଶୀଘ୍ର ସୁସ୍ଥ ହେବା ନେଇ ପ୍ରଧାନମନ୍ତ୍ରୀ ଟୁଇଟରେ ପ୍ରକାଶ କରିଛନ୍ତି।

ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସହିଦଙ୍କ ପ୍ରତି ଶୋକ ପ୍ରକାଶ କରିବା ସହିତ ଗୁରୁତର ମାନେ ଶୀଘ୍ର ସୁସ୍ଥ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି।
ସୂଚନା ଅନୁସାରେ ପରାତପୁରର ଟ୍ରାଞ୍ଜିଣ୍ଟ କ୍ୟାମ୍ପରୁ ସବସେକ୍ଟର ହନିଫ ଆଡ଼କୁ ଯିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ସକାଳ ପାଖାପାଖି ୯ଟାରେ ସେନାର ଗାଡ଼ିଟି ଥୋଇସରୁ ପ୍ରାୟ ୨୫ କିମି ଦୂରରେ ଭାରସାମ୍ୟ ତଳକୁ ଖସି ପଡ଼ିଥିଲା।