କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ଫୁଲବାଣୀ/ରାଇକିଆ,ଏନ୍ଏନ୍ଏସ୍: ଇନ୍ଦ୍ରଗଡ଼-କରଡା ରେଞ୍ଜ ବଡ ବାରବା ସେକ୍ସେନ ପଳାସ ପୁଲି ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଏକ ହାତୀ ଛୁଆକୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ। ଗତକାଲି ରାତ୍ର ପ୍ରାୟ ୩ଟା ସମୟରେ ସେହି ରାସ୍ତାରେ ୧୯ ପଟ ହାତୀ ପଲ ଯିବା ସମୟରେ ହାତୀ ଛୁଆଟି କୂଅକୁ ଖସି ପଡ଼ିଥିଲା। ଫଳରେ କୂଅ ଭିତରେ ୧୦ ଘଣ୍ଟା ଧରି ଫସି ରହିଥିଲା। ହାତୀ ଛୁଆର ମୁଣ୍ଡରେ ସାମାନ୍ୟ ଆଘାତ ହୋଇଥିଲା।

ପଳାସ ପୁଲି ଗ୍ରାମ ବାସୀ ଏହି ଖବର ଜାଣିଲା ପରେ ସେମାନେ ବନ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ। ଖବର ପାଇ କରଡା ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା, ବିଟ ଗୁର୍ଡ ରାଜେନ୍ଦ୍ର କହଁର, ରଣବା ଫରେଷ୍ଟର ସୁବାସ ଚନ୍ଦ୍ର ଓ ରାଇକିଆ ଅଗ୍ନିଶମ ବାହିନୀ ପହଞ୍ଚି ହାତୀ ଛୁଆକୁ ଜେସିବି ମାଧ୍ୟମରେ ସୁରକ୍ଷିତ ଭାବେ ବାହାରକୁ କଢିଥିଲେ। ପରେ ହାତୀ ଛୁଆଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା।