ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ରାସ୍ତାରେ ଥିବା ଉଳବା ନିକଟରେ ଏକ ଅଜଣା ଗାଡି ଧକ୍କାରେ ତେଣ୍ଡାପାଦର ପଞ୍ଚାୟତ ଅନ୍ତର୍ଗତ ପୋଡ଼ମୁଣ୍ଡ ଗାଁର ସୁଶୀଳ କାଣ୍ଡ ନାମକ ଜଣେ ୫୦ ବର୍ଷ ବ୍ୟକ୍ତି ନିଜ ବାଇକ ଓଡ଼ି-୦୩ଏମ୍‌-୭୫୯୩ରେ ବାହାଘର ଭୋଜି ଖାଇ ନିଜ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତର ଖାନାକୁ ନିଆଯାଇ ଚିକିତ୍ସା କରୁଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଖବରପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ବାଇକଟିକୁ ଥାନାକୁ ନେଇଥିବା ଜଣାପଡ଼ିଛି। ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।