ସାଓମିର ୫୫୫୧.୨୭ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ,ଏଜେନ୍ସି: ଚୀନ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଉପରେ ବଡ଼ ଧରଣର ଚଢାଉ କରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ (ଇଡି)। ଏହି ମାମଲାରେ ଇଡି ପକ୍ଷରୁ ସାଓମି ଇଣ୍ଡିଆର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯିବା ସହିତ ୫୫୫୧.୨୭ କୋଟି ଜବତ କରାଯାଇଛି। ଇଡି ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ପ୍ରଦାନ କରାଯାଇଛଇ। କମ୍ପାନୀ ଦ୍ୱାରା କରାଯାଇଥିବା ଠକେଇ ଉପରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ, ୧୯୯୯ ଅନୁଯାୟୀ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସାଓମି ଭାରତରେ ଏମଆଇ ଏବଂ ରେଡମୀ ନାମରେ ଫୋନ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବ୍ୟବସାୟ କରୁଛି। ଚଳିତ ବର୍ଷ ଫେବୃଆରୀ ମାସରେ କମ୍ପାନୀ ବେଆଇନ ଭାବରେ ବିଦେଶ ଟଙ୍କା ପଠାଇଥିବା ଅଭିଯୋଗରେ ଏହି ତଦନ୍ତ ଆରମ୍ଭ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି। ଏହା ପରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା)ର ନିୟମ ଉଲଂଘନ କରିବା ସହିତ ଅର୍ଥ ହେରଫେର ଅଭିଯୋଗରେ କମ୍ପାନୀ ଆକାଉଣ୍ଟରେ ଜମା ଜବତ କରାଯାଇଥିଲା। ପୂର୍ବରୁ ଇଡି ପକ୍ଷରୁ ଚଢଉକୁ ନେଇ ଚୀନ ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା। କମ୍ପାନୀ ଆକାଉଣ୍ଟରୁ ବିଦେଶୀ କମ୍ପାନୀ ଗୁଡିକୁ ମୋଟ୍ ୫,୫୫୧.୨୭ କୋଟି ଟଙ୍କା ପଠାଯାଇଛି।