ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ଉଠିଲା ଜରୁରୀକାଳୀନ ପରିସ୍ଥିତି, ଆଇନ୍ ବ୍ୟବସ୍ଥାରେ ଆସିଲା ସଂଶୋଧନ

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କା ସରକାର ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି କଟକଣାକୁ କୋହଳ କରିଦେଇଛନ୍ତି। ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ସଂକଟ ମଧ୍ୟରେ ସରକାର ବିରୋଧୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ପୂର୍ବରୁ ଜରୁରୀକାଳୀନ ଲଗାଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ନିକଟରେ ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସମେତ ଅନେକ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ଏଠାରେ ନୂଆ ସରକାର ଗଢ଼ାଯାଇଛି।

ସରକାର ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗୋଟିଏ ମାସରେ ୨ ଥର ଜରୁରୀକାଳୀନ ଘୋଷଣା କରିଥିଲେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗତ ୬ ତାରିଖ ମଧ୍ୟରାତ୍ରିରେ ଜରୁରୀକାଳନୀ ଘୋଷଣା କରିଥିଲେ। ଏହା ପୂର୍ବରୁ ସେ ଏପ୍ରିଲ ପ୍ରଥମ ସପ୍ତାହରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେବେ ଶୁକ୍ରବାର ମଧ୍ୟରାତ୍ରିଠାରୁ ଜରୁରୀକାଳନୀ ଉପରେ ଲାଗିଥିବା କଟକଣା କୋହଳ କରିଦିଆଯାଇଛି। ଦେଶରେ ନୂଆ ପ୍ରଧାନମନ୍ତ୍ରୀ ଯୋଗଦେବା ପରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିପାରେ ବୋଲି ଚର୍ଚ୍ଚା ହେଉଛି।