ନୂଆଦିଲ୍ଲୀ,ଏଜେନ୍ସି: ଆଇଏଫଏସ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବିବେକ କୁମାର ୨୦୦୪ ବ୍ୟାଚ୍ର ଆଇଏଫଏସ ଅଧିକାରୀ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଥିଲେ।
ଏହା ପୂର୍ବରୁ ସେ ୨୦୧୩-୧୪ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ। ଆଇଆଇଟି ବମ୍ବେରୁ ବିକେଟ ହାସଲ କରିଥିବା ବିବେକ ୨୦୧୪ରେ ହିଁ ପିଏମଓ ସହ ସଂଶ୍ଳିଷ୍ଟ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ନିଯୁକ୍ତି କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରି ମିଳିଛି।
୪୬ ବର୍ଷୀୟ ବିବେକ କୁମାର ରାଜସ୍ଥାନର ଝୁଣ୍ଡୁନୁ ଜିଲ୍ଲା ବସନ୍ତ ବିହାର କଲୋନୀ ନିବାସୀ। ତାଙ୍କୁ ଏହି ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପରିବାର ପଡୋଶୀ ସମସ୍ତେ ଗର୍ବ ଅନୁଭବ କରିଛନ୍ତି। ବିବେକଙ୍କ ବାପା ରାଧାକିଶୋର ଜଣେ ଅରପିଏସ ଅଧିକାରୀ ଥିଲେ। ୨୦୦୪ରେ ବିବେକ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିଲେ। ନୂଆ ଦାୟିତ୍ବ ମିଳିବା ପରେ ପିଏମଓରେ ତାଙ୍କର ମୁଖ୍ୟ ଭୂମିକା ରହିବ।