ମୂକ ବଧୀର ଅଲମ୍ପିକ ଟିମକୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶେଷ ହୋଇଥିବା ମୂକ ବଧୀର ଅଲମ୍ପିକରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଫେରିଥିବା ଭାରତୀୟ ଦଳର ଖେଳାଳିଙ୍କୁ ଆଜି ନିଜ ଆବାସରେ ଭେଟିଛନ୍ତି । ଏହି ଅବସରରେ ମୋଦୀ ସବୁ ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି । ଖେଳାଳିଙ୍କ ସହ ଗୋଟିଏ ଫଟୋ ମଧ୍ୟ ମୋଦୀ ଟ୍ୱିଟ୍ କରିଛନ୍ତି । ଅନ୍ୟପଟେ ମୋଦୀଙ୍କୁ ଭେଟି ଖେଳାଳିମାନେ ମଧ୍ୟ ଖୁବ୍ ଉତ୍ସାହିତ ଥିଲେ ।

ସୂଚନାଯୋଗ୍ୟ, ବ୍ରାଜିଲର କେକ୍ସିୟାସ ଡୋ ସୁଲରେ ଆୟୋଜିତ ୨୪ତମ ମୂକ ବଧୀର ଅଲମ୍ପିକରେ ଆଜିପର୍ଯ୍ୟନ୍ତର ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ସହ ମୋଟ ୧୭ଟି ପଦକ ହାସଲ କରିଛି ।