ଗଞ୍ଜେଇ ଚାଲାଣ ବେଳେ ଯୁବକ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତଗର୍ତ ଟାଇଁସର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଯାଞ୍ଚବେଳେ ୨୦କେଜି ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି । ଗିରଫ ଅଇଯୁକ୍ତ ଜଣକ ହେଲେ ବଳମ ଅଞ୍ଚଳର ମୁନା ଆନସାରୀ । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆଜି ପୂର୍ବାହ୍ନରେ ଟାଇଁସର ଗ୍ରାମ ନିକଟରେ ପୁଲିସ ଏମଭି ଯାଞ୍ଚ କରୁଥିବାବେଳେ ଏକ ଅଲ୍ଟୋ କାରରେ ମୁନା ଆନସାରୀ, ଆକାଶ ଡୁଙ୍ଗୁରି ଓ ରୋହିତ ପାତ୍ର ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା । ଯାଞ୍ଚ ସମୟରେ ଆକାଶ ଓ ରୋହିତ ଫେରାର ହୋଇଯାଇଥିବା ବେଳେ ମୁନାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତଠାରୁ ପୁଲିସ ୨୦କେଜି ଗେଞ୍ଜଇ ସହ ଅଲ୍ଟୋ କାର ଓ ମୋବାଇଲ ଫୋନ ଜବତ କରିଛି । ଆଜି ଅଭିଯୁକ୍ତ ମୁନାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।