ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ପରେ ମାନ କହିଛନ୍ତି ଯେ, ଶାହଙ୍କ ସହ ସେ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପଞ୍ଜାବର ସୁରକ୍ଷା ପାଇଁ କେନ୍ଦ୍ର ସରକାର କାଲି ୧୦ଟି ପାରାମିଲିଟାରୀ କମ୍ପାନୀ ଦେଇଛନ୍ତି । ଆଜି ଆମେ ଆଉ ୧୦ଟି କମ୍ପାନୀ ଦାବି କରିଛୁ ଯାହାକୁ ଗୃହମନ୍ତ୍ରୀ ମାନି ନେଇଛନ୍ତି । ଅନ୍ତରୀଣ ସୁରକ୍ଷା ପାଇଁ ପଞ୍ଜାବକୁ ଯାହା ବି ସାହଯ୍ୟ ଦରକାର ତାହା ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି ।

ଭଗବନ୍ତ ମାନ ଆହୁରି କହିଛନ୍ତି ଯେ, ଆଇନ ବ୍ୟବସ୍ଥାକୁ ନେଇ ପଟିୟାଲାରେ ଯେଉଁ ଘଟଣା ଘଟିଲା ସେନେଇ ମଧ୍ୟ ବିସୃତରେ ଆଲୋଚନା ହୋଇଛି । ପାର୍ଟିରୁ ଉର୍‌ଦ୍ଧ୍ୱକୁ ଉଠି ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି ।