ଆସାମ ବନ୍ୟା: ୨୯ ରାଜ୍ୟର ୭ ଲକ୍ଷ ଲୋକ ପ୍ରଭାବିତ

ହୋଜାଇ,ଏଜେନ୍ସି: ଆସାମ ବାତ୍ୟାରେ ୨୯ଟି ରାଜ୍ୟର ୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବାତ୍ୟାରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୨୯ଟି ରାଜ୍ୟର ୭ ଲକ୍ଷ ୧୭ ହଜାର ୪୬ ଜଣ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି।

ଆସାମ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବର୍ତ୍ତମାନ ୧୪୧୩ଟି ଗ୍ରାମ ପାଣିଘେରରେ ରହିଥିବା ବେଳେ ନୂଆଗାଓଁ ଜିଲ୍ଲା ବେଶି ପ୍ରଭାବିତ ହୋଇଛି।