ଦିଲ୍ଲୀରେ ୨ଟି ପୃଥକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମୃତ, ୬ ଆହତ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଦୁଇଟି ସ୍ଥାନରେ ଆଜି ଭୀଷଣ ଅଗ୍ନିକାଣ୍ଡ ହୋଇଥିବାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇପଡିଛି। ତେବେ ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗଭୀର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଦିଲ୍ଲୀର ବୱାନା ଔଦ୍ୟୋଗିକ ଅଞ୍ଚଳରେ ଏକ କାରଖାନାରେ ଓ ମୁସ୍ତାଫାବାଦରେ ଥିବା ଗୋଟିଏ କାରଖାନାରେ ନିଆଁ ଲାଗିଯାଇଛି।

ତେବେ ଅଗ୍ନିକାଣ୍ଡର ଶୀକାର ହୋଇଥିବା ଦୁଇଟି କାରଖାନା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନେଇ ନଥିଲେ ବୋଲି ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ କହିଛନ୍ତି। ସୂଚନା ପାଇ ଅଗ୍ନିଶମ ବିଭାଗର ଅନେକ ଗାଡି ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସେଠାରେ ଦମକଳ କର୍ମଚାରୀମାନେ ନିଆଁ ଲାଗିଥିବା କାରଖାନା ଭିତରୁ ୭ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୭ ଜଣଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।