ସ୍ୱଚ୍ଛ ଭାରତ ମିଶନ ଏବଂ ମନରେଗାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ବୈଠକ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌:ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ମିଶନ ଏବଂ ମନରେଗାକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ, ଦୁଷ୍ମନ୍ତ ଚରଣ ସାହୁ, ସ୍ୱର୍ଣ୍ଣଲତା ମହାନ୍ତି, ବିପିସି ଆଶୁତୋଷ ପୁଟେଲ, ଜିପିଓ ଲକ୍ଷଣ ପ୍ରଧାନ ସମେତ ବ୍ଲକର ୨୨ଟି ପଞ୍ଚାୟତ, ସରପଞ୍ଚ ଓ ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଗାମୀ ଦିନରେ ସ୍ୱଚ୍ଛ ଭାରତ ମିଶନ ଏବଂ ମନରେଗା ଯୋଜନା କିପରି ସଠିକ ଭାବରେ କାର୍ଯ୍ୟକାରୀ ହେବ ସେନେଇ ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ଗୁଣନିଧି ନାୟକ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି ।