ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପାଲା ମାଧ୍ୟମରେ ଜନ ସଚେତନତା

ଖପ୍ରାଖୋଲ/ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁ’ରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀ ପାଳନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗା ପାଲା ଦଳ ସାନ ଉଡେନ ତରଫରୁ ପାଲା ମାଧ୍ୟମରେ ଗାଈ ପାଳନ, କୁକୁଡା ପାଳନ, ଘୁଷୁରୀ ପାଳନ, ସମନ୍ୱିତ କୃଷି ଉଦ୍ୟୋଗ, ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା, ଘାସ ଚାଷ, ମାଗଣା ଟିକାକରଣ ସହ ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନ କରିଥିଲେ। ପ୍ରଣୀ ସମ୍ପଦ ପାଳନ ଦ୍ୱାରା ଦାଦନ ରୋକାଯାଇ ପାରିବ ବୋଲି ବ୍ଲକ୍‌ ପ୍ରାଣୀଧନ ଅଧିକାରୀ ଡ. ସୁଜିତ କୁମାର ଶତପଥୀ ଲୋକଙ୍କୁ କହିଥିଲେ।