ଡିଆରଡିଓକୁ ଆଉ ଏକ ସଫଳତା, ଚାନ୍ଦିପୁରରେ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର,ଏନ୍ଏନ୍ଏସ୍: ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂସ୍ଥା(ଡିଆରଡିଓ)କୁ ଆଉ ଏକ ସଫଳତା। ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ମିଳିତ ଭାବେ ବୁଧବାର ଏହି ପରୀକ୍ଷଣ କରାଯାଇଥିଲା।

ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି ସିପ୍ ମିଶାଇଲ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)କୁ ବଙ୍ଗୋପସାଗରର ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଆଣ୍ଟି ସିପ୍ ମିଶାଇଲ (ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)। ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦିଆଯାଇଛି।

ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସ୍ଵତନ୍ତ୍ର ମିଶାଇଲ ପ୍ରଦୌଗିକିରେ ଆତ୍ମନିର୍ଭରତା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଭାରତୀୟ ନୌସେନା ସିକିଙ୍ଗ ୪୨ବି ହେଲିକପ୍ଟରର ମିସାଇଲ ନିକ୍ଷେପର ଏକ ଛୋଟ ଭିଡିଓ ଜାରି କରିଛି। ଆଣ୍ଡମାନ ଏବଂ ନିକୋବର କମାଣ୍ଡ ଦ୍ଵାରା ମିଳିତ ଭାବେ ବ୍ରହ୍ମୋସ ସୁପରସୋନିକ କ୍ରିଜ ମିଶାଇଲର ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାର ଗୋଟିଏ ମାସ ପରେ ନୂତନ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି।