ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ଯୋଜନା କରି ସହାୟତା ଯୋଗାଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକରେ ଏବେବି ଅନେକ ଭିନ୍ନକ୍ଷମ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି । ଉକ୍ତ ବ୍ଲକର ଜୁରାବନ୍ଦ ପଞ୍ଚାୟତ ବେଲଖାଟି ଗାଁର ସବିତା ରାୟ ଜଣେ ଭିନ୍ନକ୍ଷମ ଝିଅ ହୋଇଥିବାବେଳେ ଦୀର୍ଘ ୭ ବର୍ଷ ହେଲାଣି ହ୍ୱିଲଚେୟାର ପାଇଁ ବହୁବାର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ୱେ ମଧ୍ୟ କୌଣସି ପ୍ରକାର ସହାୟତା ପାଇପାରି ନଥିଲେ । ତେଣୁ ଏଭଳି ସ୍ଥିତିରେ ଜୁରାବନ୍ଦ ସରପଞ୍ଚ କରିସ୍ମା ନନ୍ଦଙ୍କ ସହାୟତାରେ ଆଜି ହ୍ୱିଲଚେୟାର ପାଇଥିବାରୁ ସବିତାଙ୍କ ମୁହଁରେ ହସ ଫୁଟୁଥିବା ଦେଖିବାକୁ ମିଳିଛି । ପରିବାର ଲୋକ ସରପଞ୍ଚ କରିସ୍ମା ନନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।