ମୁମ୍ବାଇ: ସଲମାନ ଖାନଙ୍କ ସାନ ଭାଇ ତଥା ବଲିଉଡ ଅଭିନେତା ସୋହେଲ ଖାନ୍ ପତ୍ନୀ ସୀମା ଖାନଙ୍କଠାରୁ ଡିଭୋର୍ସ ନେବାକୁ ଯାଉଛନ୍ତି । ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ସୋହେଲ ଓ ସୀମାଙ୍କୁ ଆଜି ଫ୍ୟାମେଲି କୋର୍ଟ ବାହାରେ ଦେଖିବାକୁ ମିଳିଥିଲା ଯାହାର ଫଟୋ ଏବେ ଭାଇରାଲ ହେଉଛି ।
ଇଟାଇମ୍ସ ରିପୋର୍ଟ ମୁତାବକ, ସୋହେଲ ଓ ସୀମା ଆଜି ଫ୍ୟାମେଲି କୋର୍ଟରେ ଡିଭୋର୍ସ ଫାଇଲ କରିଛନ୍ତି । ପରେ ଦୁହେଁ ନିଜ ନିଜ କାର ଯୋଗେ ଘରକୁ ଫେରିଥିଲେ ।
ସୂଚନାଯୋଗ୍ୟ, ସୋହେଲ ଖାନ ଓ ସୀମା ଖାନ୍ ୧୯୯୮ରେ ବିବାହ କରିଥିଲେ । ତାଙ୍କର ନିର୍ବାଣ ଓ ୟୋହନ ନାମକ ୨ଟି ସନ୍ତାନ ରହିଛି । ୨୦୧୭ରେ ସୋହେଲ ଓ ସୀମା ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।