Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରେପୋ ରେଟ୍ ବୃଦ୍ଧି ସଠିକ୍ ପଦକ୍ଷେପ: ଅର୍ଥ ସଚିବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରେପୋ ରେଟ୍ ବୃଦ୍ଧି ସଠିକ୍ ପଦକ୍ଷେପ: ଅର୍ଥ ସଚିବ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ଲାଗି ବୁଧବାର ରିଜର୍ଭ ବ୍ୟାଙ୍କ ରେପୋରେଟ ବୃଦ୍ଧି କରାଯାଇଥିଲା । ଏହି ନିଷ୍ପତ୍ତିକୁ କିଛି କ୍ଷେତ୍ରରୁ ସମାଲୋଚନା କରାଯାଉଥିବା ବେଳେ ଏହାକୁ ସମର୍ଥନ ମଧ୍ୟ ମିଳିଛି । ଏହା ଦ୍ୱାରା ପରୋକ୍ଷ ଭାବରେ ସାଧାରଣ ଜନତା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଜାହିର କରାଯାଇଛି । ତେବେ ଏହାକୁ ଏକ ଉତ୍ତମ ନିଷ୍ପତି କହିବା ସହ ଉଚିତ୍ ସମୟରେ ଆବିଆଇ ଉଚିତ୍ ନିଷ୍ପତ୍ତି ନେଇଥିବା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସଚିବ ଟି ଭି ସୋମନାଥ । ବିଗତ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବା କାରଣରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନଥିଲେ । ତେବେ ବର୍ତ୍ତମାନ କରୋନାର ପ୍ରଭାବ ଶେଷ ହେବାକୁ ବସିଥିବା ବେଳେ ମୁଦ୍ରାସ୍ଫିତୀ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି ।

ନିରନ୍ତର ଭାବରେ ବୃଦ୍ଧି ପାଇ ଚାଲିଥିବା ଦରଦାମକୁ ନିୟନ୍ତ୍ରଣ କରିବାକୁ ଏହା ଏକ ବଢିଆ ପଦକ୍ଷେପ ବୋଲି ମଧ୍ୟ ବିବେଚନା କରାଯାଉଛି । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସୋମନାଥ କହିଥିଲେ ଯେ, କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଖାସ୍ୟଶସ୍ୟ ଯୋଗାଇ ଦେଉଛନ୍ତି । ଏଥି ସହିତ ଦରଦାମ କିପରି ନିୟନ୍ତ୍ରିତ ରହିବା ଏହା ଉପରେ ସରକାର ଧ୍ୟାନ ରଖିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସବ୍‌ସିଡି ମଧ୍ୟ ପ୍ରଦାନ କରୁଛନ୍ତି । ମାର୍ଚ୍ଚମାସରେ ମୁଦ୍ରାସ୍ପୀତି ୭ ପ୍ରତିଶତ ଛୁଇଁଛି । ଲଗାତାର ତୃତୀୟ ମାସ ପାଇଁ ଆରବିଆଇର ଆକଳନକୁ ଅତିକ୍ରମ କରିଛି ଦେଶର ମୁଦ୍ରାସ୍ଫିତୀ ।

ମାର୍ଚ୍ଚ ମାସରେ ତୀବ୍ର ମୁଦ୍ରାସ୍ଫିତୀ କାରଣରୁ ପରିବା ଦରଦାମ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀର ବୃଦ୍ଧି କାରଣରୁ ହୋଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ବର୍ତ୍ତମାନର ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ସ୍ଥିତି, ବଢୁଥିବା ମୁଦ୍ରାସ୍ପୀତି, ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀରେ ଅଭାବକୁ ଦୃଷ୍ଟିରେ ରଖି ରେପୋ ରେଟ ବୃଦ୍ଧି କରାଯାଇଛି । ଏପରିକି ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବା ସହିତ ଋଣ ନେବା ମହଙ୍ଗା ହେବ ବୋଲି କୁହାଯାଇଛି ।