ଜେଏମଏଫସି କୋର୍ଟ ଉଦଘାଟନ ପାଇଁ ପ୍ରସ୍ତୁତି

ଥୁଆମୂଳ ରାମପୁର,ଏନ୍‌ଏନ୍‌ଏସ୍‌: ଥୁଆମୂଳ ରାମପୁରରେ ଆସନ୍ତା ୩ ତାରିଖରେ ବହୁପ୍ରତୀକ୍ଷିତ ଜେଏମଏଫସି କୋର୍ଟ ଉଦଘାଟନ ହେବ । ଏନେଇ ଥୁଆମୂଳ ରାମପୁରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି କାର୍ଯ୍ୟକ୍ରମକୁ କିପରି ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରାଯିବ ସେନେଇ ମା’ ମାଣିକେଶ୍ୱରୀ କମ୍ୟୁନିଟି ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥୁଆମୂଳ ରାମପୁର ବାର୍ ଆସୋସିଏସନର ସଭାପତି ସୁଶୀଳ କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ଜନପ୍ରତିନିଧିଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ଏମଏମପିଏସ୍ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବରିଷ୍ଠ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାୟକ, ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ଓ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ବାର୍ ଆସୋସିଏସନର ସମ୍ପାଦକ ମନୋରଞ୍ଜନ ନାୟକ ଉକ୍ତ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଥୁଆମୂଳ ରାମପୁର ବାର୍ ଆସୋସିଏସନର ସଦସ୍ୟ ଆଇନଜୀବୀ ଉପେନ୍ଦ୍ର କୁମାର ବିହାରୀ, ଲୋକନାଥ ନାଗ, ପ୍ରିୟଙ୍କା ମାଝୀ ଓ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।