ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଥିବା ଗ୍ୟାପ କମାଇବେ ସରକାର

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ଏଥିସହିତ ଯଥାଶୀଘ୍ର ବୁଷ୍ଟର ଡୋଜ୍ ଦେବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏବେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ସରକାର ଯଥାଶୀଘ୍ର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଥିବା ଗ୍ୟାପକୁ କମାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଗ୍ୟାପ କମାଇବାକୁ ବିଶେଷଜ୍ଞ ମତାମତ ଦେଇଥିଲେ । ଏହାଦ୍ୱାରା ଲୋକଙ୍କୁ କରୋନା ଦାଉରୁ ସୁରକ୍ଷା ମିଳିଥାନ୍ତା । ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ମଧ୍ୟ ଦାବୀ କରିଥିଲେ । ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଗ୍ୟାପ ଅତି କମ୍‌ରେ ୬ ମାସ କରାଯାଉ ବୋଲି ପୁନାୱାଲା କହିଥିଲେ । ଏଥିପାଇଁ ସେ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଆଉ ଏବେ ଏହି ଗ୍ୟାପକୁ ସରକାର ୯ରୁ ୬ ମାସ କରିବାର ଘୋଷଣା ଖୁବଶୀଘ୍ର କରିପାରନ୍ତି ବୋଲି ସୂଚନା ମିଳିଛି ।