ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା ସୋଲାର ପ୍ଲାଣ୍ଟ ନିକଟରେ କର୍ମଚାରୀ ଭାରସାମ୍ୟ ହରାଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ କୁସଙ୍ଗ ପଞ୍ଚାୟତ ବନଜାରୀ ଗ୍ରାମର ରାଜେଶ୍ୱର ପଟେଲ ।
ମିଳିଥିବା ରିପୋର୍ଟ ମୁତାବକ, ରାଜେଶ୍ୱର ତାଙ୍କ ଝିଅକୁ ସ୍ଥାନୀୟ ସ୍କୁଲରେ ଛାଡ଼ିବା ପାଇଁ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ମୃତ୍ୟୁ ହୋଇଛି । ଖବର ପାଇ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଘଟଣାସ୍ଥଳରେ ପହଁଚି ଘଟଣା ସମ୍ପର୍କରେ ତଦନ୍ତ କରୁଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଏହାସହ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ରାଜେଶ୍ୱର ବଡ଼ମାଲ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଥିଲେ ।