ବିନା ଫିଟନେସରେ ଚାଲୁଥିଲା ସ୍କୁଲ ବସ୍ ଜବତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ବସ ଯାଞ୍ଚ କଡ଼ାକଡ଼ି ହୋଇଛି । ଏହି କ୍ରମରେ ଦେବଗଡ଼ ଜିଲ୍ଲାରେ ମଧ୍ୟ ଘରୋଇ ବିଦ୍ୟାଳୟରେ ଛାତ୍ରଛତ୍ରୀଙ୍କୁ ନେବା ଆଣିବା କରୁଥିବା ବସର ଯାଞ୍ଚ ଆଞ୍ଚଳିକ ପରିବହନ ବିଭଗ ପକ୍ଷରୁ କରାଯାଇଥିବା ଜଣାପଡ଼ିଛି । ଗତକାଲି ୫ଟି ସ୍କୁଲ ବସରୁ ବିଭାଗ ୭୦ ହଜାରରୁ ଊର୍‌ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରିଥିବାବେଳେ ଆଜି ସକଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସ୍କୁଲ ବସକୁ ଜବତ କରିଛି । ରୋଡ ଟ୍ୟାକ୍ସ ଓ ଫିଟନେସ ନଥିବାରୁ ବସକୁ ଜବତ କରାଯଇଥିବା ଏମଭିଆଇ ଗୋଲାପ ହାଁସଦା ସୂଚନା ଦେଇଛନ୍ତି ।