ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଜମ୍ମୁ-କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ଛାଡ଼ି ପଳାଇବା ଘଟଣାରେ ‘କାଶ୍ମୀର ଫାଇଲ୍ସ’ ତିଆରି କରିବା ପରେ ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ଦିଲ୍ଲୀ ଫାଇଲ୍ସ ନାମକ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି ଏୁବଂ ଖୁବ୍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି।
କାଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ନେଇ ଏକ ରାଜନୈତିକ ବିବାଦ ମଧ୍ୟ ରହିଥିଲା। ଫିଲ୍ମ ଟ୍ୟାକ୍ସକୁ ମୁକ୍ତ କରିବା ପାଇଁ ନେତାଙ୍କ ମଧ୍ୟରେ ସ୍ୱର ମଧ୍ୟ ଉଠିଥିଲା। ତେବେ ଏହାକୁ ନେଇ ବିବେକ ଟୁଇଟ୍ କରି କହିଛନ୍ତି, ‘କାଶ୍ମୀର ଫାଇଲ୍ସ କୁ ଭଲ ପାଇଥିବା ଦର୍ଶକ ଙ୍କୁ ମୁଁ ଧନ୍ୟବାଦ ଦେଉଛି। ଗତ ଚାରିବର୍ଷ ଧରି, ଆମେ ଅନେକ ସଚ୍ଚୋଟତା ଏବଂ ସତ୍ୟତା ସହିତ କଠିନ ପରିଶ୍ରମ କରିଛୁ।
କାଶ୍ମୀରୀ ହିନ୍ଦୁମାନଙ୍କ ସହ ହୋଇଥିବା ଅନ୍ୟାୟ ଏବଂ ଆକ୍ରମଣ ବିଷୟରେ ଲୋକଙ୍କୁ କହିବା ଜରୁରୀ ଅଟେ। ଏକ ନୂଆ ଚଳଚ୍ଚିତ୍ରରେ କାମ କରିବାର ସମୟ ମୋ ପାଇଁ ଆସିଛି ବୋଲି ବିବେକ କହିଛନ୍ତି। ବିବେକ କେବଳ “ଦିଲ୍ଲୀ ଫାଇଲ୍ସ ର ନାଁ କହି ଦର୍ଶକଙ୍କୁ ଫିଲ୍ମର କାହାଣୀ ବିଷୟରେ କଳ୍ପନା କରିବାକୁ ଛାଡି ଦେଇଛନ୍ତି।