ବଜ୍ରପାତ ସହିତ କାଳବୈଶାଖୀ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଗମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖି ହେବାର ପୁର୍ବାନୁମାନ କରିଛି ଆଞ୍ଚଳିିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର। ଏହାକୁ ଦୃଷ୍ଟିରେ ରଖି ଏହି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥି ସହିତ ବଜ୍ରପାତ ଘଡ଼ଘଡ଼ି ସମୟରେ ଘରୁ ନବାହାରିବାକୁ ପରାମର୍ଷ ଦିଆଯାଇଛି।

ସେହିପରି ୧୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି,କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷ ନେଇ ୟେଲୋ ୱାର୍ଣ୍ଣି ଜାରିି କରାଯାଇଛି। ତେବେ ଆଗାମୀ ୫ଦିନରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଏହି ସମୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ସାମାନ୍ୟ ଅଧିକ ରହିବ। କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ।